ଶୀର୍ଷକ: ସ୍ଥାନୀୟ ଭାଷା ବ୍ୟବହାର କରିବାର ଚ୍ୟାଲେଞ୍ଜ: ନୂତନ ଭାବେ ଲୋକାଲାଇଜ୍ କରୁଥିବା ବ୍ରାଣ୍ଡଗୁଡ଼ିକ ପାଇଁ ଏକ ଅନୁଚିନ୍ତା

Written by: Jagruti Mohanty

ଯଦି ଭାଷାଗୁଡ଼ିକ ଚରିତ୍ର ଭାବେ ଧରାଯାଏ, ଇଂରାଜୀ ଭାଷା ସର୍ବୋତ୍ତମ ଭାବରେ ଜଣେ ଉତ୍ତମ-ଆଚରଣ ଥିବା ସହକର୍ମୀ ହୋଇପାରେ କିନ୍ତୁ କେବଳ ଏକ ସ୍ଥାନୀୟ ଭାଷା ହିଁ ଥଟ୍ଟା ମଜା କରି ଜୋକ୍ ସେୟାର୍ କରିହେଉଥିବା ବନ୍ଧୁ ହୋଇପାରେ। ବ୍ରାଣ୍ଡଗୁଡ଼ିକ ସେମାନଙ୍କ ଟାର୍ଗେଟ୍ ଅଡିଏନ୍ସଙ୍କ ପାଇଁ ସେହି ‘ବନ୍ଧୁ’ ହେବାକୁ ଅଧିକ ଇଚ୍ଛା କରନ୍ତି। ସେମାନେ ସେହି ଭାଷା କହିବାକୁ ଚାହାଁନ୍ତି ଯାହା କେବଳ ଯୋଗାଯୋଗ କରେ ନାହିଁ ବରଂ ଖୁସି ଦେଇଥାଏ।  ଯଦି ଏତେ ସଂଖ୍ୟକ ଲୋକଙ୍କୁ ଖୁସି କରିବା ପାଇଁ ଏତେ ଭାଷା ଦରକାର, ତେବେ ତାହା ହିଁ ହେଉ!

ବିଭିନ୍ନ ଶିଳ୍ପରେ ଗ୍ରାହକଙ୍କ ଯୋଗଦାନର ସ୍ଥିତିକୁ ଲୋକାଲାଇଜେସନ୍ ଦ୍ରୁତ ଗତିରେ ପରିବର୍ତ୍ତନ କରୁଛି। ବାର୍ତ୍ତାଳାପଗୁଡ଼ିକ ଗଣମାଧ୍ୟମରୁ ଅଲଟ୍ରା-ପର୍ସନାଲ ଟଚ୍ ପଏଣ୍ଟକୁ ଲୋକଙ୍କ ପାପୁଲି ମଧ୍ୟରେ ଗତି କରୁଛି। ଗ୍ରାହକଙ୍କୁ ଘରେ ଥିବାର ଅନୁଭବ ଦେବା ପାଇଁ ପର୍ସନାଲ ଟଚ୍ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଏହି ନୂତନ ଅଭିଳାଷ ଆପେ ଜନ୍ମ ହୋଇନାହିଁ। ବରଂ, ଏହା ଏକ ଆବଶ୍ୟକତା ହୋଇଯାଇଛି। ପ୍ରତିଯୋଗିତା ବୃଦ୍ଧି ପାଉଛି। ମାର୍କେଟ ସେୟାର୍ ହ୍ରାସ ପାଉଛି। ଭିନ୍ନତା ବଡ଼ ଚ୍ୟାଲେଞ୍ଜ ହୋଇଛି। ଏହିପରି ଏକ ବ୍ୟବସାୟିକ ପରିବେଶରେ, ଏକ ସଫଳ ସ୍ଥାନୀୟ ଭାଷାର ରଣନୀତି ଏପର୍ଯ୍ୟନ୍ତ ବ୍ୟବହାର ହୋଇନଥିବା ମାର୍କେଟ ଖୋଲିଥାଏ ଏବଂ ଚାଲୁଥିବା ମାର୍କେଟ୍ ସେଗମେଣ୍ଟରେ ମଧ୍ୟ ଏକ ଦୃଢ଼ ଭିନ୍ନତା ସୃଷ୍ଟି କରେ। କିନ୍ତୁ କରିବା ଅପେକ୍ଷା ଏହା କହିବା ସହଜ ଅଟେ। ସ୍ଥାନୀୟ ଭାଷା ବ୍ୟବହାର କରିବାରେ ବ୍ରାଣ୍ଡଗୁଡ଼ିକ କେଉଁ କେଉଁ ଚ୍ୟାଲେଞ୍ଜଗୁଡ଼ିକର ସମ୍ମୁଖୀନ ହେଉଛନ୍ତି? ବ୍ରାଣ୍ଡ୍ ଏବଂ ଭାଷା ବୁଝିବାରେ ଆମର ପ୍ରଚୁର ଅଭିଜ୍ଞତା ଆଧାରରେ, ଏଠାରେ ଶ୍ରେଷ୍ଠ 5ଟି ଚ୍ୟାଲେଞ୍ଜ ଦିଆଯାଇଛି।

1. ବର୍ଣ୍ଣନା ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହରାଇବା

ଲୋକାଲାଇଜେସନ୍ ଆଦୌ ଏକ ନୂଆ କଥା ନୁହେଁ। ମିଡିଆ ଏବଂ ପ୍ରକାଶନ ଶିଳ୍ପଗୁଡ଼ିକ କାହିଁ କେଉଁ କାଳରୁ ବିଭିନ୍ନ ଭାଷାରେ ବିଷୟବସ୍ତୁକୁ ସଫଳତାର ସହ ଆଡାପ୍ଟ୍ କରିଆସୁଛି। କିନ୍ତୁ ସେମାନଙ୍କର ମୂଳ ଉତ୍ପାଦ ହେଉଛି ‘ବିଷୟବସ୍ତୁ’ ଏବଂ ସେମାନେ ଅନୁବାଦ ଏବଂ ଲୋକାଲାଇଜେସନର ଜଟିଳତାକୁ ବୁଝନ୍ତି। କିନ୍ତୁ ଅଧିକାଂଶ ନୂତନ ଭାବେ ସ୍ଥାନୀୟ ଭାଷାରେ କାର୍ଯ୍ୟ କରୁଥିବା ବ୍ରାଣ୍ଡ୍ ପାଇଁ ଭାଷା ଅଭିଜ୍ଞତା ମୂଳ ଉତ୍ପାଦ ନୁହେଁ, ଯଦିଓ ଏହା ଗ୍ରାହକଙ୍କୁ ଖୁସି କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଅଟେ। ସ୍ୱାଭାବିକ ଭାବରେ, ଏହିପରି ସଂସ୍ଥାଗୁଡ଼ିକର ସବୁଠାରୁ ବୁଦ୍ଧିମାନ ବ୍ୟକ୍ତି ମଧ୍ୟ ନିଷ୍ପତ୍ତି ନେବାରେ ବିଚଳିତ ହୋଇଥାଏ। ସ୍ଥାନୀୟ ଭାଷା ବ୍ୟବହାର କରାଯିବାର ଅର୍ଥ ମଧ୍ୟ ସେମାନଙ୍କ ଦୃଷ୍ଟିକୋଣରେ ବିଷୟର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହରାଇବା। ସେମାନେ କିପରି ନିଶ୍ଚିତ ହୋଇପାରିବେ ଯେ ସେମାନଙ୍କର ବ୍ରାଣ୍ଡର ମୁଖ୍ୟ ବାର୍ତ୍ତା ସେମାନେ ବୁଝିପାରୁନଥିବା ଭାଷାରେ ଯେଉଁଭଳି ସେମାନେ ଚାହାଁନ୍ତି ଠିକ୍ ସେହିଭଳି ଡେଲିଭର୍ ହୋଇଛି? ଏହି ‘ବିଶ୍ୱାସ’ ଅନେକ କମ୍ପାନୀକୁ ଉଚ୍ଚାଭିଳାଷୀ ହେବା ପରିବର୍ତ୍ତେ ସୁରକ୍ଷିତ ରହିବାକୁ ଭୟଭୀତ କରେ। ଯେଉଁମାନେ ଏହି ବିଚଳିତ କଲା ଭଳି ମିଶନରେ ସଫଳ ହୁଅନ୍ତି ସେମାନେ ତାଙ୍କ ତରଫରୁ କହିବା ପାଇଁ ସଠିକ୍ ଲୋକଙ୍କୁ ଖୋଜି ପାଇଯାଆନ୍ତି।

2. ପ୍ରାଥମିକତାକୁ ନେଇ ଅଡ଼ୁଆ ପ୍ରଶ୍ନ

ପ୍ରତ୍ୟେକ ବ୍ରାଣ୍ଡର ଗ୍ରାହକଙ୍କ ପାଇଁ ଏକାଧିକ ଟଚ୍ ପଏଣ୍ଟ ଅଛି। ଅଧିକାଂଶ କ୍ଷେତ୍ରରେ, ବ୍ରାଣ୍ଡଗୁଡ଼ିକର ଏକାସାଙ୍ଗରେ ସବୁଥିରେ ସ୍ଥାନୀୟ ଭାଷାର ବ୍ୟବହାର କରିବାକୁ ଇଚ୍ଛା ଏବଂ ସମ୍ବଳ ନଥାଏ। ଏଠାରେ ହିଁ କେଉଁଠାରୁ ଆରମ୍ଭ କରାଯିବ ତାହା ସ୍ଥିର କରିବାକୁ ହେବ। ଏହି ପ୍ରଶ୍ନର ଉତ୍ତର ଦେବାକୁ, ଏକ ବ୍ରାଣ୍ଡ୍ ଏକ ଭାଷା ଅଭିଜ୍ଞତା ଦୃଷ୍ଟିକୋଣରୁ ପ୍ରତ୍ୟେକ ଟଚ୍ ପଏଣ୍ଟକୁ ଯତ୍ନର ସହିତ ଅଧ୍ୟୟନ କରିବା ଉଚିତ ଏବଂ ଏହାର ପ୍ରଭାବ କେଉଁଠାରେ ସର୍ବାଧିକ ହେବ ତାହା ବୁଝିବା ଉଚିତ। ସବୁଠାରୁ ଅଧିକ ଦୃଶ୍ୟମାନ ଅନୁଭୂତି ସାଧାରଣତଃ ସବୁଠାରୁ ଅଧିକ ସନ୍ତୋଷଜନକ ହୋଇଥାଏ। ଏହା ଏକ ବିଜ୍ଞାପନ, ୱେବସାଇଟର ଲ୍ୟାଣ୍ଡିଂ ପେଜ୍ କିମ୍ବା ଏକ ଉତ୍ପାଦ ଇଣ୍ଟରଫେସ୍ ହୋଇପାରେ। ଏହି ଟଚ୍ ପଏଣ୍ଟଗୁଡ଼ିକ ତୁରନ୍ତ ଗ୍ରାହକଙ୍କୁ ଆକର୍ଷିତ କରେ ଏବଂ ଖୁସି ଦେଇଥାଏ ଓ ସେମାନେ ଏହି ଅଭିଜ୍ଞତାକୁ ପାଇବାକୁ ଅଧିକ ଇଚ୍ଛା କରନ୍ତି। ଏକ ଭଲ ସ୍ଥାନୀୟ ଭାଷା ରଣନୀତି ଏହି ପ୍ରାଥମିକତା ଟଚ୍ ପଏଣ୍ଟରୁ ଆରମ୍ଭ ହୋଇଥାଏ ଏବଂ ଟାର୍ଗେଟ୍ ଭାଷାରେ ପୁରା ଅଭିଜ୍ଞତା ସୃଷ୍ଟି ନହେବା ପର୍ଯ୍ୟନ୍ତ ଏହାକୁ ସମ୍ପୂର୍ଣ୍ଣ ଭାବରେ ଅନୁସରଣ କରିଥାଏ। ସେହିଭଳି, ପ୍ରଭାବଶାଳୀ ମାର୍କେଟ ସେଗମେଣ୍ଟ୍ ମଧ୍ୟ ଲୋକାଲାଇଜ୍ କରିବାବେଳେ କେଉଁ ଭାଷାଗୁଡ଼ିକୁ ପ୍ରାଥମିକତା ଦିଆଯିବ ସେ ସମ୍ବନ୍ଧରେ ଏକ ସୂଚନା ଦେଇଥାଏ।

3. ସଠିକ୍ ପାର୍ଟନରମାନଙ୍କୁ ଚିହ୍ନିବା

ସମସ୍ତ ବ୍ରାଣ୍ଡ୍ ପାଖରେ ଇନ୍-ହାଉସ୍ ଭାଷା ଏବଂ ସଂସ୍କୃତି ବିଶେଷଜ୍ଞଙ୍କ ସୁବିଧା ରହିପାରିବ ନାହିଁ। ସଠିକ୍ ଲୋକାଲାଇଜେସନ୍ ପାର୍ଟନର ଚିହ୍ନଟ କରିବା ସ୍ଥାନୀୟ ଭାଷା ରଣନୀତିର ସଫଳତାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଆମେ ଯତ୍ନର ସହିତ ‘ପାର୍ଟନର୍’ ଶବ୍ଦ ବ୍ୟବହାର କରୁ କାରଣ ସେହି ମନୋଭାବ ହିଁ ଏହି ମିଶନରେ ସର୍ବୋତ୍ତମ କାର୍ଯ୍ୟ କରିଥାଏ। ଏକ ଅଭିଜ୍ଞ ବ୍ରାଣ୍ଡ୍ ଏହାର ମୂଳ ମୂଲ୍ୟକୁ ବୁଝୁଥିବା ଏବଂ ପ୍ରତିଫଳିତ କରୁଥିବା ଏକ ଉପଯୁକ୍ତ ଏଜେନ୍ସିକୁ ପାର୍ଟନର୍ କରିବାରେ ସଠିକ୍ ନିଷ୍ପତ୍ତି ନେଇପାରେ। ବ୍ରାଣ୍ଡର ସଠିକ୍ ଆବଶ୍ୟକତାକୁ ନେଇ ଏଜେନ୍ସିକୁ ତାଲିମ ଦେବା ଏବଂ ଆଲାଇନ୍ କରିବା ଅପେକ୍ଷା ଏହା ସହଜ ଅଟେ। ଯେଉଁଠାରେ ଅଂଶୀଦାର ମାଲିକାନାର ଏକ ଭାବନା ଅଛି, ସେଠାରେ ସଫଳତା ପାଇଁ ପାରସ୍ପରିକ ବିଶ୍ୱାସ ଏବଂ ଉଦ୍ୟମ ଅଛି। ଏକ କାରବାର ସମ୍ପର୍କିତ ସମ୍ପର୍କରେ କେବଳ ତାହା ହେବ, ଏବଂ ଆଉ କିଛି ନୁହେଁ!

4. ଲୋକାଲାଇଜେସନ୍ ବନାମ ଅନୁବାଦକୁ ବୁଝିବା

ଏହି ବାକ୍ୟ ବିଷୟରେ ଚିନ୍ତା କରନ୍ତୁ। There is no set rule that a well-set brand should rule a market like a monopoly. In fact there is a thumb rule that states that any brand that tries to do so will only fall like a set of cards.(ଏମିତି କୌଣସି ସେଟ୍ କରାଯାଇଥିବା ରୁଲ୍ ନାହିଁ ଯେଉଁଥିରେ ଦର୍ଶାଯାଇଛି ଯେ ଏକ ଭଲଭାବେ-ସେଟ୍ ହୋଇଥିବା ବ୍ରାଣ୍ଡ୍ ଏକଚାଟିଆ ଭାବେ ମାର୍କେଟ ଉପରେ ରୁଲ୍ କରିବା ଉଚିତ ବାସ୍ତବରେ ଏକ ଥମ୍ବ ରୁଲରେ ଦର୍ଶାଯାଇଛି ଯେ ଯେକୌଣସି ବ୍ରାଣ୍ଡ୍ ଯିଏ ଏପରି କରିବାକୁ ଚେଷ୍ଟା କରେ, ତା’ର କାର୍ଡର ସେଟ୍ ପରି କେବଳ ପତନ ହୋଇଥାଏ।)  ଇଂରାଜୀ ବାକ୍ୟରେset’ (‘ସେଟ୍’) ଏବଂ ‘rule’ (‘ରୁଲ୍’) ଶବ୍ଦର ତିନୋଟି ଉଦାହରଣ ଅଛି ଯାହା ଏଠାରେ ସମ୍ପୂର୍ଣ୍ଣ ଭିନ୍ନ ଭାବରେ ବ୍ୟବହାର ହୋଇଛି। ଜଣେ ଅନୁବାଦକ, ଯିଏ ସୋର୍ସ ବାକ୍ୟରୁ ଶବ୍ଦ-ରୁ-ଶବ୍ଦ ଏକ ଟାର୍ଗେଟ୍ ବାକ୍ୟ ସହିତ ମେଳ କରିବାକୁ ଚେଷ୍ଟା କରେ, ସେ ଉପହାସ୍ୟପୂର୍ଣ୍ଣ ତ୍ରୁଟିରେ ଏକ ନୂତନ ମାନକ ସ୍ଥିର କରିବାର ସମ୍ଭାବନା ଅଧିକ ଥାଏ। ଅନ୍ୟ ପଟେ, ଜଣେ ଲୋକାଲାଇଜର୍ ଅନ୍ତର୍ନିହିତ ବାର୍ତ୍ତା ଦେଖି ଏହାକୁ ଏକ ଭିନ୍ନ ଭାଷା ମାଧ୍ୟମରେ ଲେଖିଥାଏ। ଭାଷା ଏକ ମଜାଦାର ବିଷୟ। ଏବଂ ଏହା ଭୁଲ୍ ହେଲେ ନିଶ୍ଚିତ ରୂପେ ମଜାଳିଆ ହୋଇପାରେ। ବାହ୍ୟ ଜଗତ ପାଇଁ ମଜାଳିଆ, କିନ୍ତୁ ସମ୍ବନ୍ଧିତ ବ୍ରାଣ୍ଡଗୁଡ଼ିକ ପାଇଁ ଲଜ୍ଜାଜନକ। ଆମକୁ ମନେ ରଖିବାକୁ ହେବ ଯେ ଲୋକାଲାଇଜେସନ୍ ହେଉଛି ଅଳ୍ପ କିଛି ଅବଶିଷ୍ଟ କ୍ଷେତ୍ର ମଧ୍ୟରୁ ଗୋଟିଏ ଯେଉଁଠାରେ ମେସିନ୍ ଏପର୍ଯ୍ୟନ୍ତ ମଣିଷର କାର୍ଯ୍ୟ କରିବାରେ ସକ୍ଷମ ହୋଇନାହିଁ। ଅନୁବାଦ କରିବାର ପ୍ରଲୋଭନକୁ ପ୍ରତିରୋଧ କରନ୍ତୁ ଏବଂ ପ୍ରସଙ୍ଗ ଅନୁଯାୟୀ ଲୋକାଲାଇଜେସନକୁ ଗ୍ରହଣ କରନ୍ତି। ତାହା ଆକ୍ଷରିକ ଶବ୍ଦ ବାହାରେ ଥାଏ!

5. ଗୁଣବତ୍ତା ସହିତ ଦକ୍ଷତା ହାସଲ କରିବା

ଭଲ ବ୍ୟବସାୟ ସବୁବେଳେ ତା’ର ଦକ୍ଷତା ବୃଦ୍ଧି ପାଇଁ ଏକ ଉପାୟ ଖୋଜେ। ସର୍ବଦା ଅନାବଶ୍ୟକତାକୁ ବାଦ୍ ଦିଆଯାଏ, ଲାଭ ଉଠାଇବା ପାଇଁ ସମାନତା ଦିଆଯାଏ, ସ୍ୱୟଂଚାଳିତ କରିବାକୁ ପ୍ରକ୍ରିୟାକରଣ କରାଯାଏ ଏବଂ ଆଗକୁ ବଢ଼ିବା ପାଇଁ ଦକ୍ଷତା ଖୋଜାଯାଏ। ବୈଷୟିକ ବିଦ୍ୟା, କମ୍ପ୍ୟୁଟର ସହାୟକ ଅନୁବାଦ (CAT) ଟୁଲ୍ ସାହାଯ୍ୟରେ ଲୋକାଲାଇଜେସନ୍ ଶିଳ୍ପରେ ପରିବର୍ତ୍ତନ ଆଣିଛି। ଭାଷା କଳା ହୋଇଥିଲେ, ଲୋକାଲାଇଜେସନ୍ ପଛରେ ମଧ୍ୟ ଏକ ବିଜ୍ଞାନ ଅଛି ଯାହା ଅପ୍ଟିମାଇଜେସନ୍ ପାଇଁ ପର୍ଯ୍ୟାପ୍ତ ସ୍ଥାନ ଦେଇଥାଏ। ଏକ ନୂତନଭାବେ ଲୋକାଲାଇଜ୍ କରୁଥବା ବ୍ରାଣ୍ଡ୍ ପାଇଁ, ଏହା ବୁଝିବା ପାଇଁ ସବୁଠାରୁ ସହଜ ଚ୍ୟାଲେଞ୍ଜ ହେବ କାରଣ ଏହା ସଂଖ୍ୟା ଏବଂ ତର୍କର ଏକ ପରିଚିତ ପରିଧିରେ ରହିଛି। ନିଶ୍ଚିତ କରନ୍ତୁ ଯେ ଆପଣଙ୍କ ଲୋକାଲାଇଜେସନ୍ ପାର୍ଟନର୍ ଆପଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଟେକ୍-ସକ୍ଷମ ସମାଧାନ ସୃଷ୍ଟି ଏବଂ ପ୍ରୟୋଗ କରିବା ପାଇଁ ଭଲଭାବେ ପ୍ରସ୍ତୁତ ଅଛନ୍ତି।

ସମସ୍ତ ପଏଣ୍ଟଗୁଡ଼ିକୁ ବିବେଚନା କରାଗଲେ, ବ୍ୟବସାୟିକ ଭାବରେ ଗୋଟିଏ ଭାଷା ଅପେକ୍ଷା ସ୍ଥାନୀୟ ଭାଷାର ବ୍ୟବହାର ନିଶ୍ଚିତ ଭାବରେ କରାଯିବା ଉଚିତ। ଆପଣଙ୍କର ବ୍ରାଣ୍ଡ୍ ସଠିକ୍ ଚିନ୍ତାଧାରା ଏବଂ ସଠିକ୍ ପାର୍ଟନର୍ ସହିତ ଆଗକୁ ବଢ଼ୁଥିବା ନିଶ୍ଚିତ କରନ୍ତୁ।

Leave a Reply

Your email address will not be published. Required fields are marked *