ମାନବ ବନାମ ମେସିନର ଅନୁବାଦ – କ’ଣ ପ୍ରଥମ ପସନ୍ଦ?

ମେସିନ୍ ଅନୁବାଦ ହୋଉଛି ମାନବ ଅନୁବାଦର ବିକଳ୍ପ । ଏହାର କାରଣ ହେଉଛି ମାନବ ଅନୁବାଦ ଅପେକ୍ଷା ମେସିନ୍ ଅନୁବାଦଗୁଡ଼ିକ ଦ୍ରୁତ ଏବଂ ଅଧିକ ଦକ୍ଷ । ଫଳସ୍ୱରୂପ, ଅନେକ ଅନୁବାଦକ ଦ୍ୱନ୍ଦ୍ୱରେ ରୁହନ୍ତି ଯେ ମେସିନ୍ ଅନୁବାଦକ ମାନବ ଅନୁବାଦକଙ୍କ ସ୍ଥାନ ନେଇ ତାଙ୍କ କାର୍ଯ୍ୟ କରିବ । ଆସନ୍ତୁ ଜାଣିବା କ’ଣ ବେଶୀ ଭଲ ଏବଂ ଆଗକୁ ମାନବ ଅନୁବାଦ ସହିତ ମେସିନ୍ ଅନୁବାଦର ଭବିଷ୍ୟତ କ’ଣ ହୋଇପାରେ । 

ମାନବ ଅନୁବାଦ

ମାନବ ଅନୁବାଦରେ, ଲୋକମାନେ ଶବ୍ଦ ବିକଳ୍ପ, ଢଗ, ଲେଖାରେ ପ୍ରକାଶଭଙ୍ଗୀ, କଟାକ୍ଷ ଏବଂ ହାସ୍ୟାତ୍ମକ ଶୈଳୀକୁ ବୁଝନ୍ତି । ମଣିଷ ସାଂସ୍କୃତିକ ଏବଂ ଭାଷାଭିତ୍ତିକ ଅସଙ୍ଗତି ପ୍ରତି ସମ୍ବେଦନଶୀଳ ଅଟନ୍ତି । ମାନବ ଅନୁବାଦ କାହିଁକି ଆବଶ୍ୟକ ତାହାର ଏକ ଉଦାହରଣ ଏଠାରେ ଦିଆଯାଇଛି। ଇଂରାଜୀ ଭାଷାରେ, “it is raining cats and dogs” ନାମକ ଏକ ପ୍ରବାଦ ଅଛି । ଯେତେବେଳେ ଏହା ମେସିନ୍ ଅନୁବାଦ ଦ୍ୱାରା ଓଡ଼ିଆରେ ଅନୁବାଦ ହୁଏ, ସେତେବେଳେ ଏମିତି ବାକ୍ୟ ଲେଖାଯାଇଥାଏ – ‘ବିଲେଇ ଏବଂ କୁକୁରମାନଙ୍କ ଉପରେ ବର୍ଷା ହେଉଛି’ । କିନ୍ତୁ ଉପରୋକ୍ତ ପ୍ରବାଦର ସ୍ଥାନୀୟ ଅର୍ଥ ହେଲା ‘ମୁଷଳ ଧାରାରେ ବର୍ଷା ହେଉଛି’ ।

ଉପରୋକ୍ତ ଇଂରାଜୀ ବ୍ୟାଖ୍ୟା ଅନୁବାଦ କରିବା ପ୍ରାୟ ଅସମ୍ଭବ ମନେ ହୁଏ ଏବଂ ଏହାକୁ ଯୁକ୍ତିଯୁକ୍ତ କରିବା ପାଇଁ ହେଲେ ଏହାର ପ୍ରସଙ୍ଗଗତ ଅର୍ଥକୁ ଜାଣିବା ଆବଶ୍ୟକ । ମେସିନ୍ ଅନୁବାଦ ସହିତ ସମସ୍ୟା ସାଂସ୍କୃତିକ ଅଭିବ୍ୟକ୍ତି, ଶବ୍ଦ କ୍ରମରେ ପାର୍ଥକ୍ୟ ଇତ୍ୟାଦିରୁ ଉତ୍ପନ୍ନ ହୋଇପାରେ।

ଅନେକ ମେସିନ୍ ଅନୁବାଦ ତ୍ରୁଟି ଦ୍ୱନ୍ଦ୍ୱ, ଭ୍ରମ ଏବଂ ଭୁଲ ବ୍ୟାଖ୍ୟା ଆଦି ସୃଷ୍ଟି କରିଥାଏ ।

ମେସିନ୍ ଅନୁବାଦ

ମେସିନ୍ ଅନୁବାଦର ଏକ ପ୍ରମୁଖ ସୁବିଧା ହେଉଛି ଏହାର ଦ୍ରୁତ ଗତି । ଅନେକ କମ୍ପାନୀ ଦ୍ୱାରା ବିକଶିତ ଅନୁବାଦ ମେସିନ୍ ମାଧ୍ୟମରେ ଯେକୌଣସି ଶବ୍ଦ କିମ୍ବା ବାକ୍ୟର ଅର୍ଥ ଅନୁବାଦ କିଛି ସେକେଣ୍ଡରେ କରାଯାଇପାରିବ । ଏହି ମୁଖ୍ୟ କାରଣ ଯୋଗୁଁ ଅନେକ ଶିଳ୍ପୋଦ୍ୟୋଗ ମାନବ ଅନୁବାଦ ଅପେକ୍ଷା ମେସିନ୍ ଅନୁବାଦକୁ ପସନ୍ଦ କରନ୍ତି ।

ମେସିନ୍ ଅନୁବାଦର ଦ୍ୱିତୀୟ ପ୍ରମୁଖ ସୁବିଧା ହେଉଛି ଏଥିରେ ବ୍ୟୟ କମ୍ ହୋଇଥାଏ । ଆଜିକାଲି ଭାଷା ସେବା ପ୍ରଦାନକାରୀଙ୍କ ସମେତ ଅନେକ ବ୍ୟବସାୟ ଅର୍ଥ ସଞ୍ଚୟ ଏବଂ ଉତ୍ପାଦନ ବୃଦ୍ଧି ପାଇଁ ମେସିନ୍ ଅନୁବାଦ ବ୍ୟବହାର କରିବା ଆରମ୍ଭ କରିଛନ୍ତି ।

ମାନବ ବନାମ ମେସିନ୍ ଅନୁବାଦ

ଅନୁବାଦ ଶିଳ୍ପରେ ଅଟୋମେସନ୍ ଆରମ୍ଭ ହେବା ଦିନଠାରୁ, ମେସିନ୍ ଏବଂ ମାନବ ଅନୁବାଦ ବିଷୟରେ ବିତର୍କ ଆରମ୍ଭ ହୋଇଛି ଏବଂ କିଛି ଲୋକ ଉଭୟଙ୍କ ଗୁଣ ବିଷୟରେ ଯୁକ୍ତି କରୁଛନ୍ତି ।

ମୌଳିକ ସ୍ତରରେ, ମେସିନ୍ ଅନୁବାଦ ଗୋଟିଏ ଭାଷାରୁ ଅନ୍ୟ ଭାଷାକୁ ଶବ୍ଦର ସରଳ ପ୍ରତିସ୍ଥାପନ କରିଥାଏ । ମେସିନ୍ ଅନୁବାଦ ଭଲ ଫଳାଫଳ ଦେଇପାରିବ ଯଦି ଏଥିରେ ମାନବ ହସ୍ତକ୍ଷେପ ରୁହେ । କେବଳ ମାନବ ଅନୁବାଦ ବିଶେଷଜ୍ଞମାନେ ସଠିକ୍ ଅନୁବାଦ କରିପାରନ୍ତି ଯେତେବେଳେ MT (ମେସିନ୍ ଅନୁବାଦ) ଏହି କ୍ଷେତ୍ରରେ ବିଫଳ ହୁଏ ।

ମେସିନ୍ ଅନୁବାଦରେ ମାର୍କେଟ୍ ଟ୍ରେଣ୍ଡ୍ 

Machine Translation Market ଯାହାର ମୂଲ୍ୟ 2020ରେ 153.8 ମିଲିୟନ ଡଲାର ଥିଲା, ତାହା 2026 ସୁଦ୍ଧା 230.67 ମିଲିୟନ ଡଲାରରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଏହା 2021-2026 ମଧ୍ୟରେ 7.1% CAGR ସହିତ ଅନୁରୂପ ଅଟେ ।

ଏହି ତଥ୍ୟ ଏକ ବଢ଼ୁଥିବା ବିଶ୍ୱସ୍ତରୀୟ ଜଗତରେ ବିଷୟବସ୍ତୁର ଲୋକାଲାଇଜେସନ୍ ପାଇଁ ବଢ଼ୁଥିବା ଚାହିଦାକୁ ବ୍ୟାଖ୍ୟା କରେ, ଯାହା ଦ୍ରୁତ-ଗତି ଏବଂ କମ୍ ଖର୍ଚ୍ଚ ଅନୁବାଦ ଆବଶ୍ୟକ କରେ । CAT (କମ୍ପ୍ୟୁଟର ସହାୟକ ଅନୁବାଦ) ଟୁଲଗୁଡ଼ିକର ବ୍ୟାପକ ବ୍ୟବହାର ଦ୍ୱାରା ଏହିପରି ଆବଶ୍ୟକତା ପୂରଣ ହେଉଛି । ନିର୍ଭୁଲ ସଠିକତା ହାସଲ କରିବା ପାଇଁ ବିକଶିତ ମେସିନ୍ ଲର୍ନିଂ ମଡେଲ ବ୍ୟବହାର କରି ଏହି ଟୁଲଗୁଡ଼ିକୁ କ୍ରମାଗତ ଭାବରେ ଉନ୍ନତ କରାଯାଉଛି ।

ମେସିନ୍ ଅନୁବାଦ କ୍ଷେତ୍ରରେ ଆଉ ଏକ ଆଖିଦୃଶିଆ ବିକାଶ ହେଉଛି ନ୍ୟୁରାଲ୍ ମେସିନ୍ ଅନୁବାଦ (NMT) ରେ ଦେଖାଯାଇଥିବା ଅଗ୍ରଗତି । ଏହି ପ୍ରକାର ମେସିନ ଏକ ସିଙ୍ଗିଲ୍ ୟୁନିଫାଏଡ୍ ମଡେଲରେ ଶବ୍ଦ, ବାକ୍ୟାଂଶ ଏବଂ ବାକ୍ୟର ସମାନତା ପୂର୍ବାନୁମାନ କରିବାକୁ ସକ୍ଷମ ହେବା ପାଇଁ କୃତ୍ରିମ ନ୍ୟୁରାଲ୍ ନେଟୱାର୍କରେ ବିପୁଳ ପରିମାଣର ତଥ୍ୟ ବିଶ୍ଳେଷଣ କରିଥାଏ । ସରଳ ଶବ୍ଦରେ, ଏହାକୁ AI (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ) ଭାବରେ ବର୍ଣ୍ଣନା କରାଯାଇପାରେ ।

ମେସିନ୍ ଅନୁବାଦର ସାମ୍ପ୍ରତିକ ଟ୍ରେଣ୍ଡ୍ ସହିତ  ବିଶ୍ୱ  ଶିଳ୍ପରେ ଅଧିକାଂଶ ଗୁରୁତ୍ୱପୂର୍ଣ୍ଣ ଖେଳାଳୀ ନୂତନ ମାର୍କେଟ ସେଗମେଣ୍ଟକୁ ଟ୍ୟାପ୍ କରି ସେମାନଙ୍କର ସ୍ଥାନ ବଢ଼ାଉଛନ୍ତି ।

ମେସିନ୍ ଅନୁବାଦର ସମସ୍ୟା

1. ଭାବନା, ସାଂସ୍କୃତିକ ଆଶା, ପରିସ୍ଥିତି ଇତ୍ୟାଦି ଅଣ-ମୌଖିକ ଉପାଦାନଗୁଡ଼ିକୁ ବୁଝିବାରେ ମେସିନଗୁଡ଼ିକ ଉପଯୋଗୀ ନୁହଁନ୍ତି ।

2. ମେସିନ୍ ଅନୁବାଦ ପ୍ରସଙ୍ଗକୁ ବିଚାର କରେ ନାହିଁ ।

3. ମେସିନ୍ ଅନୁବାଦକ 100% ସଠିକ ନୁହେଁ ।

4. ଭାଷାଗୁଡ଼ିକର ଭିନ୍ନ ବ୍ୟାକରଣଗତ ସଂରଚନା ଏବଂ ଶବ୍ଦକୋଷ, ସମାନ ଧାରଣା ପ୍ରକାଶ କରିବାର ବିଭିନ୍ନ ଉପାୟ ରହିଥାଏ, ଏଗୁଡ଼ିକ ଏକ ମେସିନ୍ ବୁଝିବାରେ ବିଫଳ ହୋଇଥାଏ ।

ଉପସଂହାର

ମେସିନଗୁଡ଼ିକ ଆଲଗୋରିଦମ୍ ବ୍ୟବହାର କରି କାର୍ଯ୍ୟ କରିଥାନ୍ତି, ଯେତେବେଳେ କି ମଣିଷ ଭାଷା ଏବଂ ସାଂସ୍କୃତିକ ସୀମା ବିଷୟରେ ଅଧିକ ସଚେତନ ହୋଇ କାର୍ଯ୍ୟ କରନ୍ତି ।  ମେସିନଗୁଡ଼ିକ ଅନ୍ୟ ଭାଷାରେ ଭାବକୁ ବୁଝିପାରନ୍ତି ନାହିଁ ଯେତେବେଳେ କି ମଣିଷମାନେ ଏହି କ୍ଷେତ୍ରରେ ଅଭିଜ୍ଞ ଅଟନ୍ତି ।ତେଣୁ, ଆମେ ଅନୁବାଦର ଗୁଣ ଏବଂ ସଠିକତାକୁ ବିଚାର କଲେ, ମେସିନଗୁଡ଼ିକ ଏସବୁ ନିକଟ ଭବିଷ୍ୟତରେ କରିପାରିବେ ନାହିଁ!

Leave a Reply

Your email address will not be published. Required fields are marked *